Get latest online news updates. All news categories available here . Join with us to make our news chain rapid and randomly.

ରିଲିଜ୍ ହେଲା ତୁଫାନ'ର ରୋମାଣ୍ଟିକ୍ ପୋଷ୍ଟର୍। ବଲିଉଡ ଅଭିନେତା ଫରହାନ ଅଖତର ପୁଣି ଥରେ କ୍ରୀଡାଭିତିକ ଫିଲ୍ମ ‘ତୁଫାନ’ ସହିତ ସିନେ ପରଦାରେ  ଆସୁଛନ୍ତି।  କିଛି ଦିନ ପୂର୍ବରୁ.......

 ରିଲିଜ୍ ହେଲା ତୁଫାନ'ର ରୋମାଣ୍ଟିକ୍ ପୋଷ୍ଟର୍


ବଲିଉଡ ଅଭିନେତା ଫରହାନ ଅଖତର ପୁଣି ଥରେ କ୍ରୀଡାଭିତିକ ଫିଲ୍ମ ‘ତୁଫାନ’ ସହିତ ସିନେ ପରଦାରେ  ଆସୁଛନ୍ତି।  କିଛି ଦିନ ପୂର୍ବରୁ ଏହି ଚଳଚ୍ଚିତ୍ରର ପୋଷ୍ଟର ରିଲିଜ୍ ହୋଇଛି ଯେଉଁଥିରେ ଫିଲ୍ମର ଟ୍ରେଲରର ରିଲିଜ୍ ତାରିଖ ମଧ୍ୟ ପ୍ରକାଶ କରାଯାଇଛି। ଫରହାନ ଅଖତରଙ୍କ ଏହି ଫିଲ୍ମ ଜୁଲାଇ ୧୬ରେ ଆମାଜନ ପ୍ରାଇମ୍‌ ଭିଡିଓରେ ମୁକ୍ତିଲାଭ କରିବାକୁ ଯାଉଛି ।


କିଛିଦିନ ତଳେ ଫରହାନ ଅଖତର ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ତାଙ୍କ ଫିଲ୍ମର ଏକ ପୋଷ୍ଟର ସେୟାର କରିଥିଲେ।ଏହାକୁ  ଫିଲ୍ମର  ପ୍ରଥମ ରୋମାଣ୍ଟିକ୍ ପୋଷ୍ଟର ବୋଲି କୁହାଯାଉଛି। ଏହି ପୋଷ୍ଟର୍‌ ସେୟାର କରିବା ସହିତ ସେ ଲେଖିଛନ୍ତି '' ଯେପର୍ଯ୍ୟନ୍ତ ପ୍ରେମ ତୁମକୁ ଏକାଠି ରଖିଛି ଜୀବନ ତୁମକୁ ଭାଙ୍ଗିପାରିବ ନାହିଁ।''  ଜୁନ୍‌ରେ ୩୦ ଟ୍ରେଲର ରିଲିଜ୍ ହୋଇଛି। ଅଭିନେତା ମରୁନାଲ ଠାକୁର ଏବଂ ପରେଶ ରାୱଲ ଏହି ଚଳଚ୍ଚିତ୍ରରେ ଫରହାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

କହିରଖୁଛୁ ଯେ ଏହି ସିନେମା ମୁମ୍ବାଇର ଏକ ବସ୍ତି ଅଞ୍ଚଳର ଏକ ଅନାଥ ପିଲା ଅଜୁର ଜୀବନକୁ ନେଇ ନିର୍ମାଣ କରାଯାଇଛି, ଯିଏ ବଡ ହୋଇ ଲୋକାଲ୍ ଗୁଣ୍ଡାରେ ରୂପାନ୍ତରିତ ହୋଇଯାଇଛି। କିନ୍ତୁ ତୀକ୍ଷ୍ଣ ବୁଦ୍ଧି ଓ ନିର୍ମଳ ହୃଦୟଧାରୀ ଝିଅ ଅନନ୍ୟା (ଅଭିନେତ୍ରୀ)କୁ ଭେଟିବା ପରେ ତା’ ଜୀବନରେ ପରିବର୍ତ୍ତନ ଆସିଛି। ଅଜୁ ପ୍ରତି ଅନନ୍ୟାର ବିଶ୍ୱାସ ତାକୁ ନିଜ ଭିତରର ବକ୍ସରକୁ ଖୋଜିବାକୁ ସାହାଯ୍ୟ କରିଛି ଏବଂ ସେହିଠାରେ ତାର ଜୀବନରେ ଏକ ବିରାଟ ପରିବର୍ତନ ଆସିଛି। ସେ ଲୋକାଲ୍ ଗୁଣ୍ଡାରୁ ବକ୍ସିଂ ଚମ୍ପିଅନ୍ ଅଜିଜ୍ ଅଲି ରୂପେ ରୂପାନ୍ତରିତ ହୋଇଛି।

Share:

No comments:

Post a Comment

Search This Blog

Labels

Recent Posts

Our News Catagories

  • Sports
  • Entertainment
  • Sports
  • Education